ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବର୍ଷା ଓ କୁଆପଥର ମାଡ଼ରେ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୨୦.୩୮ କୋଟି ଟଙ୍କାର ଅସ୍ଥାୟୀ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା ରାଶି ପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଜିଲ୍ଲାର ବାଙ୍ଗିରିପୋଷି ଏବଂ ବିସୋଇ ବ୍ଲକର ଗ୍ରାମଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି । Post navigation ଛତୁଆ ଖାଇ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି ଖୁବ ଶୀଘ୍ର ରାଜ୍ୟର ସବୁ ରୁଟ୍ରେ ଚାଲିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’