ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା ।ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ସେ କହିଛନ୍ତି ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ପାଇଁ ଚାଲିଛି ଯୋଜନା କରାଯାଉଛି । ୧୦ ହଜାର ଟଙ୍କା ଫାଇନ୍‌କୁ କମ୍‌ କରିବାକୁ ଆଲୋଚନା ଚାଲିଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ ପିୟୁସିସି ନିୟମକୁ କଡାକଡି କରାଯାଇଥିଲା। ଯାହାର ଗାଡ଼ି ଅଛି, ସରକାରଙ୍କ ପକ୍ଷରୁ ସେମାନଙ୍କୁ ପିୟୁସିସି କରିବାକୁ କୁହାଯାଇଥିଲା। ଯୋଉ କଥା ଆମେ କହୁଥିଲୁ ଲୋକଙ୍କ ଆବେଗ ଥିଲା ଯେ ପିୟୁସିସି ହଠାତ ବୋଝ ଭଳିଆ ହେଇଗଲା ବୋଲି। ମେଣ୍ଡୋଟରୀ ନୂଆଁ କିଛି ନଥିଲା। ଗାଡ଼ି ଥିଲେ ପିୟୁସିସି ଆବଶ୍ୟକ। ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି ପିୟୁସିସି ର ମଧ୍ୟ ଆବଶ୍ୟକ ଥିଲା। ହଠାତ କାର୍ଯ୍ୟକାରି କରାଯିବାରୁ ଲୋକେ ବୋଝ ବୋଲି ଭାବିଲେ।

ମନ୍ତ୍ରୀ କହିଛନ୍ତି ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁସନ୍ ଅଣ୍ଡର କଂଟ୍ରୋଲ ସାର୍ଟିଫିକେଟ୍) ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତିକୁ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି । ଓଡ଼ିଶାରେ କୋଟିଏ ରୁ ଉର୍ଦ୍ଧ୍ବ ଗାଡ଼ି ହେଲାଣି। ତାକୁ ଆଖି ଆଗରେ ରଖି ଆମେ ଅମାନିଆ ମାନଙ୍କ ପାଇଁ ପିୟୁସିସି ନାହିଁକି ତେଲ ନାହିଁ କଲୁ ସମସ୍ତେ ବ୍ୟଘ୍ରତାର ସହ ପିୟୁସିସି ସାର୍ଟିଫିକେଟ କଲେ। ପରୋକ୍ଷରେ ଗୋଟେ ପ୍ରକାର ଆଲୋଡନ ସୃଷ୍ଟି କଲେ।

ଆମେ ବାରମ୍ବାର ଅନୁରୋଧ କଲୁ ଯେ ୯୦ ଦିନ ଯୋଉ କଥା କାଲି ମାନ୍ୟବର ହାଇକୋର୍ଟ କହିଲେ ୯୦ ଦିନର ଯଦି ଚାଲାଣ ବାକି ଅଛି ପିୟୁସିସି ହେଇ ପାରିବ ନାହିଁ ଏବଂ ଜନସ୍ବାର୍ଥ ମାମଲା ଦାଖଲ କରିବା ଲୋକଙ୍କ ଅଧିକାର, ଲୋକଙ୍କ ସ୍ଵାଧୀନତା ମଧ୍ୟ ମାନ୍ୟବର ହାଇକୋର୍ଟ ତାକୁ ଖାରଜ କଲେ। କାହାଠୁ ଜରିମାନା ନେଇକି ସରକାର ଚାଲିବା ଆମ ସରକାରଙ୍କ ପ୍ରାଥମିକତା ନାହିଁ । ନିଶ୍ଚିତ ଭାବେ ତାକୁ ତର୍ଜମା କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

Leave a Reply

Your email address will not be published. Required fields are marked *