odisha-govt-launches-stop-diarrhoea-campaign
ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ଡାଇରିଆ ସ୍ଥିତି ଉପରେ ନଜର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସରକାର ନିରାକରଣ ଓ ପ୍ରତିଷେଧ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ।
 
ଏହି ପରିପ୍ରେକ୍ଷୀରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଏହି ଅଭିଯାନର ଶୁଭ ଉଦଘାଟନ୍ କରିଛନ୍ତି ।
odisha-govt-launches-stop-diarrhoea-campaign
 
ଡାଇରିଆ ଏକ ବର୍ଷା ଋତୁକାଳୀନ ଜଳ ବାହିତ ରୋଗ । ଡାଇରିଆ ସ୍ଥିତି ଉପରେ ନଜର ରଖି ରାଜ୍ୟ ସରକାର ନିରାକରଣ ଓ ପ୍ରତିଷେଧ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଉନ୍ନତ ସ୍ୱାସ୍ଥ୍ୟସେବା, ଆନୁସଙ୍ଗିକ ଉପକରଣ, ଔଷଧ, ଭିତ୍ତିଭୂମି ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅଭିଯାନ ଆଜି ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।
 
ଡାଇରିଆ ନିରାକରଣ ପାଇଁ ବ୍ୟାପକ ସ୍ଵାସ୍ଥ୍ୟ ସଚେତନତା ସହ ସମ୍ମିଳିତ ଉଦ୍ୟମ କରାଯାଉଛି । ହାତ ଧୋଇବା, ପରିଚ୍ଛନ୍ନତା ନିୟମ ପାଳନ କରିବା, ସୁଷମ ଖାଦ୍ୟ ଖାଇବା, ନିରାପଦ ପାଣି ପିଇବା, ଜଳ ଉତ୍ସକୁ ବିଶୋଧିତ ରଖିବା ବାହାରେ ମଳତ୍ୟାଗ ନ କରିବା ଆଦି ଅଭ୍ୟାସ ଦ୍ଵାରା ଆମେ ବହୁଭବରେ ଡାଇରିଆ ରୋଗର ପ୍ରତିରୋଧ କରିପାରିବା । ସଚେତନତା ଓ ସାବଧାନତା ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଆମ ପରିବାର ଏବଂ ପଡୋଶୀ ମାନଙ୍କୁ ସୁରକ୍ଷିତ ରଖିପାରିବା ।
odisha-govt-launches-stop-diarrhoea-campaign
 
ଏହି ଅଭିଯାନ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍ଵାସ୍ଥ୍ୟ ଉପକେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଆରୋଗ୍ୟ ମନ୍ଦିରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ ପ୍ୟାକେଟ, ଜିଙ୍କ ଟାବଲେଟ୍ ଓ ଔଷଧ ମହଜୁଦ ରଖାଯାଇଛି । ଗ୍ରାମ ଓ ସହରାଞ୍ଚଳରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର ସ୍ତରୀୟ ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏ.ଏନ.ଏମ, ବହୁମୁଖି ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରୁ ଡାଇରିଆ ରୋଗର ଚିହ୍ନଟ ଓ ପରିଚାଳନା ବିଷୟରେ ତାଲିମ ଦିଆଯାଇଛି ।
 
ପ୍ରତି ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସଚେତନତା ବାର୍ତ୍ତା ସମ୍ବନ୍ଧିତ ସୂଚନାପତ୍ର ଓ.ଆର.ଏସ, ଜିଙ୍କ ଟାବଲେଟ୍ ଓ ଔଷଧ ବଣ୍ଟନ କରିବାକୁ ମନ୍ତ୍ରୀ ଡଃ ମହାଲିଙ୍ଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନଙ୍କ ପରାମର୍ଶକୁ ଦୈନଦିନ ଜୀବନରେ ଅନୂପାଳନ କରିବା ସହ ଡାଇରିଆ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରୀ ଚିକିତ୍ସା କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଡାଇରିଆ ନିରାକରଣ ନିମନ୍ତେ ସମବେତ ମା’ମାନଙ୍କୁ ଓ.ଆର.ଏସ୍ ଏବଂ ଜିଙ୍କ ଟାବଲେଟ ପ୍ୟାକେଟ ବଣ୍ଟନ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *