ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବାର ଅନନ୍ୟ ପ୍ରୟାସ “ସହଯୋଗ” ର ଆଜି ଶୁଭାରମ୍ଭ କରିଛନ୍ତି । ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’ । ପ୍ରାଥମିକ ପର୍ଯ୍ୟାୟରେ ୮ ଜିଲ୍ଲାର ୪୪ଟି ପୌରାଞ୍ଚଳରେ ଡୋର ଟୁ ଡୋର ସର୍ଭେ କରାଯିବ । ଏହି ସର୍ଭେରେ ଆବାସ, ରାଶନ କାର୍ଡ, ଆୟୁଷ୍ମାନ ଭଳି ୧୩ଟି ଯୋଜନା ସାମିଲ ହୋଇଛି । ୧୩ଟି ଯୋଜନାର ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପଞ୍ଜିକୃତ କରାଯିବ । ମେ’ ଏବଂ ଜୁନ ଦୁଇ ମାସ ଧରି କାର୍ଯ୍ୟ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ । Post navigation ଭୁବନେଶ୍ୱର ବିମାନବନ୍ଦରରୁ କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ କିଟ୍ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା