ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ପରେ ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାଜ୍ୟ ସରକାର । ୧ ଲକ୍ଷ ୮୧ ହଜାର ୬୮୪ ଟି ପ୍ଲଟ୍ରେ ଚାଷ ହୋଇନଥିବା ସୂଚନା ମିଳିଛି । ସାଟେଲାଇଟ ସର୍ଭେରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିଥିଲା । ଏନେଇ ୭ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ପଷ୍ଟୀକରଣ ନ ରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହରୁ ବାଦ୍ ପଡ଼ିବେ ଚାଷୀ । ଜମିରେ ଚାଷ ନକରି ଏହି ଚାଷୀମାନେ ୨୦୨୪-୨୫ ରବି ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିଲେ । Post navigation ବିଜେଡି ଓ କଂଗ୍ରେସ ପାଇଁ ‘ମହିଳା ସୁରକ୍ଷା’ ପ୍ରସଙ୍ଗ ନୁହେଁ; ବରଂ ନିଜ ରାଜନୈତିକ ସ୍ୱାର୍ଥ: ସୁକେଶୀ ଓରାମ