କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତ ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ଗୃହ ବିଭାଗ ACS, ଏସ୍ସି/ଏସ୍ଟି ବିଭାଗ ପ୍ରମୁଖ ସଚିବ ସଦସ୍ୟ, ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ସମେତ ଦକ୍ଷିଣାଞ୍ଚଳ RDC ସଦସ୍ୟ, ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସ୍ପି ସଦସ୍ୟକୁ ନେଇ ଏହି କମିଟି ଗଠନ ହୋଇଛି । କମିଟିର ଅନୁଧ୍ୟାନ ପରେ କୋଟିଆବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବେ ରାଜ୍ୟ ସରକାର । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଟିଆ ଗ୍ରାମ ପଞ୍ଚାୟତ ସମ୍ପର୍କରେ ସମୀକ୍ଷା କରି ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । Post navigation କଳିଙ୍ଗନଗରଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କ ଲାଗି ମେୟର ସୁଲୋଚନା ଦାସଙ୍କ ଓକିଲାତିକୁ ନେଇ ବିଜେପିର ତୀବ୍ର ବିରୋଧ