ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜିକରଣ ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚାଷୀମାନଙ୍କ ସ୍ୱାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରେଜିଷ୍ଟ୍ରେସନ୍ ପାଇଁ ଶେଷ (କଟ୍- ଅଫ୍) ତାରିଖକୁ, ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି ବୋଲି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । Post navigation ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍; ଛାତ୍ରୀଙ୍କୁ ଦୁପଟା ମନା