ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ଶ୍ରେଣୀ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଅନ୍ୟ କିଛି ବ୍ୟକ୍ତିଙ୍କ ମଧ୍ୟ ସୁରକ୍ଷା ହ୍ରାସ କରାଯାଇଛି । ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ଏକ ରେଗୁଲାର ପ୍ରୋସେସ୍ । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ । କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ୱାଇ ଶ୍ରେଣୀ ସୁରକ୍ଷା ଅନୁଯାୟୀ, ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ମୁତୟନ ଅଧିକାଂଶ ସୁରକ୍ଷାକର୍ମୀଙ୍କୁ ଏବେ ଫେରାଇ ନିଆଯାଇଛି । ବର୍ତ୍ତମାନ ହାବିଲଦାର ରାଙ୍କର ୨ ଜଣଙ୍କୁ ତାଙ୍କ ସୁରକ୍ଷାରେ ନିୟୋଜିତ କରାଯିବ ।

Leave a Reply

Your email address will not be published. Required fields are marked *