Odisha Govt Directs speedy Disciplinary Probes Against OAS and ORS Officers
ଓଏଏସ, ଓଆରଏସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବକେୟା ଥିବା ତଦନ୍ତ ରିପୋର୍ଟ ମାର୍ଚ୍ଚ ୩୧ ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବହେଳା କଲେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି ସୂଚନା ମିଳିଛି ।
 
ପୂର୍ବରୁ ତଦନ୍ତ ଅଧିକାରୀଙ୍କୁ ୯୦ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ବକେୟା ଥିବା ମାମଲା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି ।
 
ଏହି ପରିପ୍ରେକ୍ଷୀରେ ସମସ୍ତ ବକେୟା ମାମଲାକୁ ତଦନ୍ତ କରାଯାଇ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି l
 
ଏହି ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଦେଶ ପାଳନ ନହେଲେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *