Odisha Govt Denies Fresh School Closure Plans
ରାଜ୍ୟରେ ନୂତନ ଭାବେ ସ୍କୁଲ ବନ୍ଦ କିମ୍ବା ମିଶ୍ରଣ ହେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
 
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୪୬୫ ଓ ସ୍ମାରକ ପତ୍ର ସଂଖ୍ୟା ୫୫୩୮ ଅନୁଯାୟୀ, ୨୦୨୦-୨୧ ମସିହାରେ ରାଜ୍ୟରେ ମୋଟ ୫୬୩୨ ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା ।
 
ବର୍ତ୍ତମାନ ରାଜ୍ୟର କୌଣସି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ।
 
ଜନସାଧାରଣଙ୍କ ଦ୍ୱନ୍ଦ୍ୱକୁ ଦୂର କରିବା ଏବଂ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଆଶ୍ୱସ୍ତ କରିବା ହେଉଛି ଏହି ସ୍ପଷ୍ଟୀକରଣର ଲକ୍ଷ୍ୟ ।

By Nirvay

Leave a Reply

Your email address will not be published. Required fields are marked *