23-projects-get-single-window-clearance
ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଗତିଶୀଳ କରିବା ନିମନ୍ତେ ରାଜ୍ୟ ସରକାର ଗୁରୁବାର ଦିନ ୪୯୮୨ କୋଟି ଟଙ୍କାର ୨୩ ଟି ନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି ।
 
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ୧୨ ଜିଲ୍ଲାରେ ବୟନ, ଇସ୍ପାତ, ଶକ୍ତି, ପର୍ଯ୍ୟଟନ, ଏରୋସ୍ପେଶ୍, ପ୍ରତିରକ୍ଷା ଆଦି କ୍ଷେତ୍ରରେ ୨୩ ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
 
ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୧୧ ହଜାର ୯୩୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
 
ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ବ୍ୟୟରେ କପଡ଼ା ଫ୍ୟାକ୍ଟ୍ରି ହେବ ଏବଂ ୩୦୦ କୋଟି ଟଙ୍କା ବ୍ୟୟରେ ହେବ ଡ୍ରୋନ୍ ପାର୍କ । ସେହିଭଳି ପର୍ଯ୍ୟଟନ ପାଇଁ ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ୪୭୯ କୋଟି ଟଙ୍କା ବିନିଯୋଗ ହେବ ।

By Nirvay

Leave a Reply

Your email address will not be published. Required fields are marked *