ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଓ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନର (ଓଏସ୍ଏସ୍ସି)ରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ କରାଯାଇଛି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ ଓପିଏସ୍ସିର ନୂଆ ସଦସ୍ୟ । ପୁରୀ ଏସ୍ସିଏସ୍ କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର ପ୍ରସାଦ ମିଶ୍ର । ଆଇଏଏସ୍ ଉଦୟ ନାରାୟଣ ଦାସ ହେଲେ ଓପିଏସ୍ସିର ଅନ୍ୟତମ ସଦସ୍ୟ । ଜନଗଣନା ନିର୍ଦ୍ଦେଶକ ଅଛନ୍ତି ଆଇଏଏସ୍ ଉଦୟ ନାରାୟଣ । ଦୁଇ ସଦସ୍ୟଙ୍କୁ ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ସରକାର । ସେହିପରି ଓଏସ୍ଏସ୍ସିର ସଦସ୍ୟ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଥିବା ଡ.ଶ୍ରୁତି ଦାସ । ଏବଂ ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗି ଅନ୍ୟତମ ସଦସ୍ୟ ନିଯୁକ୍ତ । ଓଏସ୍ଏସ୍ସିର ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ରହିବ ୫ ବର୍ଷ । ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। Post navigation ଶିକ୍ଷକ ବଦଳି ସୁପାରିସ କରିପାରିବେ ସାଂସଦ, ବିଧାୟକ