ପବିତ୍ର ଦୀପାବଳି ନିମନ୍ତେ ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସବୁଠି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ ଅକ୍ଟୋବର ୨୦ ତାରିଖ ଦିନ ବନ୍ଦ ରହିବ । ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା କୋର୍ଟ ଅକ୍ଟୋବର ୨୦ ତାରିଖ ଏବଂ ୨୧ ତାରିଖ ଦିନ ବନ୍ଦ ରହିବ । ତେବେ ୨୧ ତାରିଖରେ ବ୍ୟାଙ୍କ ଗୁଡ଼ିକ ଖୋଲା ରହିବ । ଆସନ୍ତା ୨୫ ଅକ୍ଟୋବରକୁ କାର୍ଯ୍ୟ ଦିବସ ଘୋଷଣା କରାଯାଇଛି । ମାସର ଚତୁର୍ଥ ଶନିବାରରେ ସମସ୍ତ ସରକାରୀ ଅଫିସ ଖୋଲା ରହିବ । ପୂର୍ବରୁ, ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ପୟା ଶ୍ରାଦ୍ଧ ଏବଂ ଦୀପାବଳି ପାଳନ କରିବାକୁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ତରଫରୁ କୁହାଯାଇଥିଲା । ଏହା ସହିତ ୨୦ ତାରିଖରେ ସରକାରୀ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା ପଣ୍ଡିତ ମହାସଭା । Post navigation Minor Girl raped in Bhubaneswar: ରାଜଧାନୀରେ ନାବାଳିକାଙ୍କୁ ଧର୍ଷଣ ଅଭିଯୋଗ Nuapada Bypoll; ନୂଆପଡାରେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ ପଟ୍ଟନାୟକ