ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଧିକରୁ ଅଧିକ ବୈଜ୍ଞାନିକ କିପରି ବାହାରି କାମ କରିବେ ସେଥିପାଇଁ ଆମ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି । ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ଲାନେଟୋରିୟମ୍ କାମ ଚାଲିଛି । ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ପ୍ଲାନେଟୋରିୟମ୍ ଉଦ୍ଘାଟନ ହେଵ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି । ସେମାନେ ସ୍ପେସ୍ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି । ଖୁବଶୀଘ୍ର ଭୁବନେଶ୍ୱର ପ୍ଲାନେଟୋରିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । Post navigation ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ