ଏବେ ଓଡ଼ିଆ ଅନୁସାରେ ରହିବ ଇଂରାଜୀ ନାମ । ଓଡ଼ିଶା ସରକାର ରାଜ୍ୟର ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଶୋଧନ ଅନୁସାରେ, ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଙ୍ଗ ରହିବ । ଏନେଇ ରାଜସ୍ଵ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, କେନ୍ଦୁଝର, ସମ୍ବଲପୁର ଏବଂ ନୟାଗଡ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ କରାଯିବ । ଏହି ସଂଶୋଧନ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯିବ ନାହିଁ । ସେହିଭଳି କେନ୍ଦୁଝର କୁ କେଉଁଝର ଲେଖାଯିବନାହିଁ । କାହାକୁ କୌଣସି ଆପତ୍ତି ଥିଲେ ୧୫ ଦିନ ଭିତରେ ଜଣାଇ ପାରିବେ । ତେବେ ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ଆପତ୍ତି କିମ୍ବା ପରାମର୍ଶକୁ ବିଚାରକୁ ନିଆଯିବ ନାହିଁ । କୌଣସି ଆପତ୍ତି ନଥିଲେ ସଂଶୋଧନ ହେବ ଇଂରାଜୀ ନାଁ । ଏହି ସଂଶୋଧନ ରାଜ୍ୟର ସାଂସ୍କୃତିକ ଓ ଐତିହାସିକ ପରିଚୟ ବଜାୟ ରଖିବା ପାଇଁ କରାଯାଇଛି । Post navigation Chennai Central Express Derails: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ; କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା