ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଟିଟିଲାଗଡ ବ୍ଲକ କଣ୍ଡରା ଗାଁରେ କୀଟନାଶକ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ବର୍ଷା ଅଭାବରୁ ଧାନ ଓ କପା ଚାଷ ନଷ୍ଟ ହୋଇଯିବାରୁ କିଛିଦିନ ହେବ ସେ ଚିନ୍ତାରେ ଥିଲେ । ପରିବାର ଭରଣପୋଷଣ ଓ ଗୃପ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭବାନୀପାଟଣା ଜିଲ୍ଲାମୁଖ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଗାଁ ଲୋକେ ପରିବାରକୁ ତୁରନ୍ତ କ୍ଷତିପୂରଣ ଏବଂ ଅଞ୍ଚଳରେ ବାରମ୍ବାର ଚାଷୀ ଆତ୍ମହତ୍ୟା ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । Post navigation ଛୁଟି ଦିନ ଓ ରବିବାରରେ ମଧ୍ୟ ହେବ ଚାଷୀ ପଞ୍ଜୀକରଣ ଗେରୁଆ ରଙ୍ଗ ପାଇଁ ୩୦ ହଜାର କୋଟି