ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି । ଜିଲ୍ଲାରେ ଶାନ୍ତି ଫେରାଇବା ପାଇଁ ପୋଲିସ ଡିଜି ୱାଇବି ଖୁରାନିଆ ଏସ୍ପି ଅଫିସ୍ରେ ପହଞ୍ଚିଛନ୍ତି । SIW ଡିଆଇଜି ଅଖିଳେଶ୍ୱର ସିଂ ଏବଂ ଏଡିଜି ସଂଜୀବ ପଣ୍ଡା ମଧ୍ୟ ପହଞ୍ଚି ଭଙ୍ଗାରୁଜା ପୋଡ଼ାଜଳାରେ ଧ୍ୱଂସ୍ତ ଏମ୍ଭି-୨୬ ଗାଁରେ ସ୍ଥିତି ପରଖିଛନ୍ତି । ପ୍ରମୁଖ ଅଧିକାରୀଙ୍କ ସହ ପ୍ରଶାସନର ବୈଠକ ଆରମ୍ଭ ହୋଇଛି । ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ସ୍ଥିତି ଶାନ୍ତ କରିବାକୁ ବିଏନ୍ଏସ୍-୧୬୩ ଧାରା ଲାଗୁ ହେବା ସହ, ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇଦେବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । Post navigation Internet Suspension In Malkangiri: ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ Indira Gandhi Ayurvedic Medical College: ସୁର ରାଉତରାୟଙ୍କୁ ସୋ କଜ୍ ନୋଟିସ୍