ଆସନ୍ତା ୨୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ୩ ପ୍ରମୁଖ ଠିକାଦାର ସଂଘ । ୮ ଦଫା ଦାବି ନେଇ ଆନ୍ଦୋଳନ କରିବ ସଂଘ। ରାଜ୍ୟ ସରକାର ଦାବି ପୂରଣ ନ କଲା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଠପ୍ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ । ଯଦି ସରକାର ଫେବୃଆରୀ ୧୮ ସୁଦ୍ଧା ସେମାନଙ୍କ ଦାବି ପୂରଣ ନ କରନ୍ତି, ତେବେ ଫେବୃଆରୀ ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଓଡ଼ିଶାର ଠିକାଦାର ମଞ୍ଚ ଘୋଷଣା କରିଛି।

ଏହି ଆନ୍ଦୋଳନରେ ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ଆସୋସିଏସନ୍ (AOCA), ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ୱେଲଫେୟାର ଆସୋସିଏସନ୍ (AOCWA), ଏବଂ ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟରସ୍ ଆସୋସିଏସନ୍ (AOECA) ।  ଏ ନେଇ ପ୍ରେସମିଟ୍‌ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘର ଚେତାବନୀ ଦେଇଛି । ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ । ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରିଛି ମହାସଂଘ ।

ମିଳିତ ସଂଘର ସଂଯୋଜକ ଅନିଲ କୁମାର ମହଲିକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଆଠ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ କହିଛି ଯେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସମଗ୍ର ଓଡ଼ିଶାରେ ଠିକାଦାରମାନେ ସମସ୍ତ ଚାଲୁଥିବା କାର୍ଯ୍ୟ ବନ୍ଦ କରିବେ ଏବଂ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକ ଗଣ ପ୍ରତିବାଦ କରିବେ।

Leave a Reply

Your email address will not be published. Required fields are marked *