କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଅନେକ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏଭଳି ଲୋକପ୍ରିୟତା ମଧ୍ୟରେ ତାଙ୍କୁ ଅଣଦେଖା କରିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ମହଙ୍ଗା ପଡ଼ିପାରେ । ଦଳରେ ସୋଫିଆଙ୍କର କ୍ରେଜ ଥିବାବେଳେ ଅନେକ ଶୋଭାଯାତ୍ରା, ପଦଯାତ୍ରା ଓ ସାଙ୍ଗଠନିକ କାମରେ ଭକ୍ତ ତାଙ୍କୁ ସାମିଲ କରୁନଥିବା ଦେଖିବାକୁ ମିଳିଛି । ନିକଟରେ ଭକ୍ତ ଦାସ ପଦଯାତ୍ରା କରିଥିବା ବେଳେ ସୋଫିଆ ସେଥିରେ ସାମିଲ ନଥିଲେ । ସୋଫିଆ ସବୁବେଳେ ରାଜନୀତିରେ ସକ୍ରିୟ ରହୁଛନ୍ତି । ହେଲେ ଭକ୍ତ ତାଙ୍କୁ ଅଣଦେଖା କରିବା ପଛର କାରଣ ରହସ୍ୟ ହୋଇ ରହିଛି । ସୋଫିଆଙ୍କ ଲୋକପ୍ରିୟତାକୁ ଭକ୍ତ ହଜମ କରିପାରୁନାହାନ୍ତି । ସୋଫିଆଙ୍କ ସବୁଥିରେ ସାମିଲ କଲେ ଦଳ ମଜବୁତ ହେବ ଜାଣି ମଧ୍ୟ ଭକ୍ତ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟପକ୍ଷରେ ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ସୋଫିଆଙ୍କ ଯୋଗଦାନ ଲୋକଲୋଚନକୁ ଆସିଥିଲା । ରାହୁଲ ଗାନ୍ଧୀ ମଧ୍ୟ ସୋଫିଆଙ୍କୁ ଗୁରୁମନ୍ତ୍ର ଦେଇଥିବା ଶୁଣିବାକୁ ମିଳେ । ବର୍ଷେ ହେବ ରାଜନୀତିକୁ ଆସି ଏତେ ଦବଦବା ଭକ୍ତଙ୍କୁ ବୋଧେ ପସନ୍ଦ ଆସୁନି । ସେଥିପାଇଁ ଏଭଳି କରୁଥିବା ଜଣାପଡୁଛି । Post navigation Nuapada By-Election: ଏକତା ହିଁ ଶକ୍ତି: ନୂଆପଡ଼ାରେ ବିଜେପି ନେତା ଏକଜୁଟ