Odisha congress celebrates Indigenous Peoples Day
ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ଜନଜାତି ଦିବସ ଆଜି ଧୁମଧାମର ସହ ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ପାଳନ କରାଯାଇଛି ।
 
ଏହି ଅବସରରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଆଇନ୍ ପାଇଁ ନିର୍ଦ୍ଦେଶାବଳୀ ଲାଗୁ ନ ହେବା, ଉଚ୍ଚ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତରେ ୨୩% ସଂରକ୍ଷଣ ଲାଗୁ ନ ହେବା, ଜଙ୍ଗଲ ଅଧିକାର ଆଇନର ଠିକ୍ ସେ ଅନୁପାଳନ ନ ହେବା ଫଳରେ ଆଦିବାସୀଙ୍କୁ ଜମି ଆଉ ଜଙ୍ଗଲ ଅଧିକାରରୁ ବଞ୍ଚିତ ହେବା, ଗ୍ରାମସଭାର ବିନା ଅନୁମତିରେ ଜବରଦସ୍ତ ବିସ୍ଥାପନ ହେଉଥିବା ସମସ୍ୟାକୁ ନେଇ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ନେତୃବୃନ୍ଦ ।
 
ଆଗାମୀ ଦିନରେ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରୁ ଆଦିବାସୀଙ୍କୁ ସଂଗଠିତ କରି ଓଡ଼ିଶାରେ ଲୋକ ମାନଙ୍କ ଠାରୁ ସମ୍ବଳ ସଂଗ୍ରହ କରି ଏକ ଦୁର୍ବାର ଜନ୍ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଉପସ୍ଥିତ ଆଦିବାସୀ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଥିଲେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ।
 
ଓରାମ, ମୁଣ୍ତା, ହୋ, ସାନ୍ତାଳ ଆଉ କନ୍ଧ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଗୀତରେ ଦୁଲକି ଉଠିଥିଲା ପରିବେଶ ।
Odisha congress celebrates Indigenous Peoples Day

By Nirvay

Leave a Reply

Your email address will not be published. Required fields are marked *