ଆଜି ବିଧାନସଭାରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ ଆକାରର ସହାୟତା ଦେବାକୁ ଏଥର ବଜେଟ୍ରେ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । କୃଷି ପାଇଁ ଏଥର ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀମାନେ ଅଧିକ ଲାଭ ପାଇବେ । ସିଏମ୍ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି । ସେହିପରି ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି, ମିଲେଟ ଶ୍ରୀଅନ୍ନ ଯୋଜନା ରେ ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି, ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ । କୃଷି ଉଦ୍ୟଗ ପାଇଁ ୨୯୩ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ବରାଦ ଏବଂ ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation ବିଧାନସଭାରେ ଉଠିଲା ଛି ଛି ଛିରେ ନନୀ ଗୀତ ପ୍ରସଙ୍ଗ ରଘୁବରଙ୍କ ପୁଅ ମାମଲା ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ