ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଵତନ୍ତ୍ର ବିମାନ ଯୋଗେ ନୂଆପଡ଼ା ସ୍ଥିତ ଏୟାରଷ୍ଟ୍ରିପ୍ରେ ପହଞ୍ଚି ଖରିଆରରୋଡ ସ୍ଥିତ FCI ଗୋଦାମ ଗୃହରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ଏହି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଵତନ୍ତ୍ର ବିମାନ ଯୋଗେ ନୂଆପଡ଼ା ସ୍ଥିତ ଏୟାରଷ୍ଟ୍ରିପ୍ରେ ପହଞ୍ଚି ଖରିଆରରୋଡ ସ୍ଥିତ FCI ଗୋଦାମ ଗୃହରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ଏହି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି । ୨୦୦୪ ମସିହାରୁ ୪ ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ l ତାଙ୍କର ବିୟୋଗରେ ନୂଆପଡା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା ବୋଲି ସେ କହିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଧାୟକଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ପୁତ୍ର ଜୟଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ବାସ ଗୃହ ପରିଦର୍ଶନ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ନୂଆପଡା ଜିଲ୍ଲାର ହଜାର ହଜାର ଜନସାଧାରଣଙ୍କ ସହିତ ଶୁଭେଚ୍ଛୁ ଓ ସମର୍ଥକ ମାନେ ବିପୁଳ ସଂଖ୍ୟା ରେ ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମୂଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ । ସ୍ଥାନୀୟ ଗୋଟମା ଏୟାର ଷ୍ଟ୍ରିପ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବିଜେପି ସଭାପତି ବସନ୍ତ ପଣ୍ଡା, ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ । Post navigation ଆଜି ପବିତ୍ର ମହାଳୟା; ଦିଆଯାଉଛି ପୂର୍ବପୁରୁଷଙ୍କୁ ପିଣ୍ଡଦାନ