ତିନିଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି । ୪ ଦିନିଆ ଦିଲ୍ଲୀ ଗସ୍ତରୁ ଦୁଇ ଦିନ ପୂର୍ବରୁ ସେ ଫେରିଥିଲେ । ସିପି ରାଧାକ୍ରିଷ୍ଣନ୍ ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ୍ । ଏନେଇ ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ହେବ ଶପଥ ସମାରୋହ । Post navigation ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବିଜେପି ସରକାର: ମନମୋହନ ସାମଲ ଲୋକାର୍ପିତ ହେଲା ଲୋପାମୁଦ୍ରାଙ୍କ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’