ପୁରୀ ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି । ଦିଲ୍ଲୀରୁ ଫେରି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ନୀତି ଆୟୋଗଙ୍କ ବୈଠକ ଅବସରରେ ସମସ୍ତଙ୍କୁ ରଥଯାତ୍ରାରେ ପୁରୀ ଆସବାକୁ ବିନମ୍ର ଅନୁରୋଧ କରାଯାଇଛି। ଜୁନ୍‌ ୨୭ ତାରିଖ ଶୁକ୍ରବାର ଦିନ ଏଥର ତିନିଠାକୁର ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅନ୍ୟପଟେ ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଜୁନ୍ ୪ରୁ ୧୪ ତାରିଖ ଯାଏ ରାଜ୍ୟ ସରକାର ବର୍ଷ ପୂର୍ତ୍ତି ପାଳନ କରିବେ। ଏହି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *