ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ସମୁଦାୟ ୨୭୧୧ ଟି ପ୍ୟାକ୍ସ (PACS) ଥିବା ବେଳେ, ରାଜ୍ୟ ସରକାର ଆଉ ୧୫୪୨ ଟି ନୂଆ ବହୁମୁଖୀ ପ୍ୟାକ୍ସ (MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ ରେ ପହଞ୍ଚିଲା । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି । Post navigation ବିମ୍ବାଧର କୁଅଁର, କାନନବାଳା, ରାଜାରାମ ଓ ରୁଦ୍ର ନାରାୟଣ ପାଇଲେ ‘ଅଟଳ ସମ୍ମାନ ୨୦୨୪’ ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ