odisha-cm-inquired-about-health-of-humane-sagar
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଲିଉଡ୍‌ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କେମିତି ଅଛନ୍ତି, ସେନେଇ ଜାଣିବା ପାଇଁ ଡାକ୍ତରୀ ଟିମ୍‌ଙ୍କ ସହିତ ସେ କଥା ହୋଇଛନ୍ତି ।
 
ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିବାକୁ ମାଝୀ କହିଛନ୍ତି । ଆବଶ୍ୟକ ହେଲେ ଦିଲ୍ଲୀ ଏମ୍‌ସକୁ ହ୍ୟୁମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
କହିରଖୁଛୁ ଯେ, ହ୍ୟୁମାନ ନିମୋନିଆ, କ୍ରନିକ୍ ଲିଭର୍ ଫେଲ୍ୟୁର୍ ସହ ସିଭିୟର ମଲଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରମ ଦ୍ୱାରା ସେ ଆକ୍ରାନ୍ତ ହୋଇଛନ୍ତି । ପୁଅ ଅସୁସ୍ଥ ହୋଇଯିବା ପରେ ରାଜ୍ୟବାସୀଙ୍କୁ ସାହାଯ୍ୟ ପାଇଁ ହାତ ପତଉଛି ମାଆ । ଏଥିସହ ରାଜ୍ୟ ସରକାରଙ୍କୁ ବି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *