odisha-cm-inaugurates-matsya-prani-samavesh-2026
ଆଜିଠୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ମତ୍ସ୍ୟ ପ୍ରାଣୀ ସମାବେଶ ୨୦୨୬ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭ ଉଦଘାଟନ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକମାନଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
 
ତିନିଦିନ ଧରି ଜନତା ମଇଦାନରେ ଚାଲିବା ଏହି ସମାବେଶରେ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ । ଏହି ସମାବେଶରେ କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଲୋଚନା ହେବ ।
 
ଏହି ଅବସରରେ ମାନବ ସଭ୍ୟତାର ପ୍ରାରମ୍ଭରୁ ପ୍ରାଣୀ ପାଳନ ଆମ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବାବେଳେ, ଆଜି ଏହା ଆମ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାରେ ଏକ ପ୍ରମୁଖ ମାଧ୍ୟମ ସାଜିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେଉ କିମ୍ବା ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଜରିଆରେ ମତ୍ସ୍ୟଜୀବୀଙ୍କ କଲ୍ୟାଣ, ଆମର ପ୍ରତିଟି ପଦକ୍ଷେପ ଚାଷୀ ପରିବାରଙ୍କ ଆର୍ଥିକ ଉନ୍ନତି ପାଇଁ ଉଦ୍ଦିଷ୍ଟ । ସୁଭଦ୍ରା, ପିଏମ-କିଷାନ ଓ ସିଏମ-କିଷାନ ଭଳି ଯୋଜନାର ସଫଳ ରୂପାୟନ ଯୋଗୁଁ ଆଜି ଓଡ଼ିଶାର କୃଷକ ପରିବାରଙ୍କ ବାର୍ଷିକ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ବୋଲି ମୋହନ ମାଝୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *