କେନ୍ଦୁଝର ସହରରର ପ୍ରବେଶ ଦ୍ୱାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ନାଏକଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ଵତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଥିଲେ ଯେ, କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା । ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା ଘର ଛକ, ଜାମୁନାଳିଆ ଠାରେ ଉନ୍ମୋଚନ ହେଲା । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି । ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି । କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାଏକଙ୍କ ନାମ ସର୍ବାଗ୍ରେ ଆସିବ । କେନ୍ଦୁଝରରେ ନୀରିହ ପ୍ରଜାଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା, ତା ବିରୋଧରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ‘ଧରଣୀ ମେଳି’। ଧରଣୀଧର ଥିଲେ ଭୂୟାଁ ସମ୍ପ୍ରଦାୟର ଆଦିବାସୀ। ସ୍ୱଭାବରେ ସମସ୍ତେ ଶାନ୍ତିପ୍ରିୟ। କିନ୍ତୁ, ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବା ସେମାନେ ଶିଖିନାହାନ୍ତି। ଧରଣୀଧର ଥିଲେ ସେହି ଅତ୍ୟାଚାର-ବିରୋଧୀ ଶକ୍ତିର ମାନବୀୟ ରୂପ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି କହିଛନ୍ତି ଯେ, ଗୋଟିଏ କୋଡ଼ି ଏବଂ ଗୋଟିଏ କୋଦାଳ ଯେ ମଣିଷକୁ ଆତ୍ମବିଶ୍ଵାସୀ କରିଦେଇପାରେ ତାହା କେନାଲ ମ୍ୟାନ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଜୀବନୀରୁ ଆମେ ଶିଖୁ । ଗୋନସିକା ପାହାଡ଼ରୁ ନିଜ ଗ୍ରାମ ତଳବୈତରଣୀ ପର୍ଯ୍ୟନ୍ତ କେନାଲ ଖୋଲିବାକୁ ସମର୍ଥ ହୋଇଥିଲେ । ଦୀର୍ଘ ତିନି ବର୍ଷ ଲାଗିଯାଇଥିଲା ତାଙ୍କୁ ଏ କଥା କରିବାକୁ। ଦୈତାରୀବାବୁଙ୍କ ଏ ଚମତ୍କାର କାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପାଖରେ ପହଞ୍ଚିଥିଲା ଏବଂ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ । ସେ ଆମ ସମସ୍ତଙ୍କ ପାଇଁ ଜଣେ ପ୍ରେରଣା କାରଣ ସେ ମଧ୍ୟ ଜଣେ ବିପ୍ଳବୀ ବୋଲି ସେ ମତବ୍ୟକ୍ତ କରିଥିଲେ । Post navigation E-Challan Payment Options: ଏଣିକି ଅନ୍ଲାଇନ୍ ସହ ଅଫ୍ଲାଇନ୍ରେ ବି ପୈଠ କରିହେବ ଇ-ଚାଲାଣ Mukhyamantri Bus Seva: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍ସେବା