ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ ପ୍ରତି ପ୍ରଦର୍ଶିତ ହୋଇଥିବା ଅସମ୍ମାନଜନକ ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଏହା କେବଳ ସାନ୍ତାଳ ସମ୍ପ୍ରଦାୟ ନୁହେଁ, ବରଂ ଦେଶର କୋଟି କୋଟି ଜନସାଧାରଣ ଓ ଆଦିବାସୀ ଭାଇଭଉଣୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୀଙ୍କୁ ପତ୍ର ଲେଖି ମୁଁ ମୋର ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ନିଜର ଆପତ୍ତି ଜଣାଇଛି ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଗମ୍ଭୀରତାକୁ ଅନୁଭବ କରି ନିଜର ଭୁଲ୍ ସ୍ୱୀକାର କରିବେ ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । Post navigation BJD issues Whip to MLAs: ବିଜେଡି ବିଧାୟକଙ୍କୁ ଭୁବନେଶ୍ୱର ଛାଡ଼ିବା ମନା Farooq Abdullah Firing: ବିବାହ ସମାରୋହରେ ଜମ୍ମୁର ପୂର୍ବତନ ସିଏମଙ୍କ ଉପରକୁ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା