ଆଜି ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାର ଶ୍ରୀ ପାତ୍ରଙ୍କ ସମ୍ମାନାର୍ଥେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରତ କୁମାର ପାତ୍ରଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାତ୍ରଙ୍କ ସାଧନା ଓ ଅବଦାନ ଓଡ଼ିଶାର ଗୌରବ ବୃଦ୍ଧି କରିଛି । ଶରତ କୁମାର ପାତ୍ର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଯିଏ ଓଡ଼ିଶାର ସଂସ୍କୃତି ଓ କଳାକୁ ପ୍ରଚାର ଓ ପ୍ରସାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । କଟକ ଜିଲ୍ଲାର ଆଠଗଡ଼ର ମାଣିଆବନ୍ଧ ନୂଆପାଟଣାର ହସ୍ତତନ୍ତ କ୍ଲଷ୍ଟରରେ, ଶରତ କୁମାର ପାତ୍ର ଏକ ପ୍ରାଚୀନ ହସ୍ତଶିଳ୍ପକୁ ଜୀବିତ ରଖିବା ସହିତ ଏହାର ସୀମାକୁ ଆଗକୁ ବଢାଇଛନ୍ତି । ତାଙ୍କ ଏହି ସାଧନା ଓ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି । Post navigation Odisha Tableau Rolled On Kartavya Path: ଦିଲ୍ଲୀରେ ଗଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ Cuttack Strawberry On Republic Day: ଗଣତନ୍ତ୍ର ଦିବସରେ କଟକ ଜିଲ୍ଲାର ଷ୍ଟ୍ରବେରୀ ପ୍ରଦର୍ଶନ