ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସୃଷ୍ଟି ହୋଇଛି । ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଡି.କେ ସିଂ ଆକାଶମାର୍ଗରୁ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ଏବେ ବି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ିରହିଛି। ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତେଣୁ ବିଭିନ୍ନ ଅଂଚଳରେ ବନ୍ୟା ପାଣି ପ୍ରବାହିତ ହେଉଛି । Post navigation ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ୍