ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀବନ ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ନାଗରିକଙ୍କ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସନ୍ତୁ। ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ଆବେଦନ ଏପରି ଏକ ସମୟରେ ଆସିଛି ଯେତେବେଳେ ଓଡ଼ିଶା ଏହାର ନାଗରିକ ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରୁଛି, ଜରୁରୀକାଳୀନ ପରିସ୍ଥିତିରେ ସହାୟତା କରିବା ଏବଂ ଜାତୀୟ ସୁରକ୍ଷା ପ୍ରୟାସରେ ଯୋଗଦାନ ଦେବା ପାଇଁ ଲୋକଙ୍କୁ ତାଲିମ ଦେଉଛି। Post navigation ଯୁଦ୍ଧବିରତି ଚୁକ୍ତିନାମା ପରେ ଚେନାବ ନଦୀରେ ଥିବା ବାଗଲିହାର ୨ଟି ଡ୍ୟାମର ଗେଟ ଖୋଲିଲା ଭାରତ ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ନେବେ ତାଲିମ: ସୂର୍ଯ୍ୟବଂଶୀ ସୂରଜ