Odisha cm attends state-level function marking Syama Prasad Mookerjee’s death anniversary
ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।
 
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଯୁବବର୍ଗଙ୍କୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ କହିଥିଲେଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦିଏ। ତାଙ୍କ ଭାବନା, ଆଜି ସମଗ୍ର ଦେଶ ପାଇଁ ଏକ ଦିଗଦର୍ଶନ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଥିଲେଯେ, ଜମ୍ମୁ-କଶ୍ମୀର ଭିତରେ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସେ ଜଣେ ଦୃଢ଼ ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟରେ ଅଦମ୍ୟ ରହିଥିଲେ। ତାଙ୍କର ଅଭିମତ ଥିଲା, କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏଥିପାଇଁ କୌଣସି ବିଶେଷ ଧାରା ଦରକାର ନାହିଁ। ଏହି ଭାବନା ଗଭୀର ରାଷ୍ଟ୍ରପ୍ରେମର ପ୍ରତିଫଳନ ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରିଛନ୍ତି । ଏହି ସାହସିକ ପଦକ୍ଷେପ କେବଳ ଯେ ଦେଶପାଇଁ ମଙ୍ଗଳମୟ ତାହା ନୁହେଁ, ଏହା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଯେତେବେଳେ ବି ଜାମ୍ମୁ-କାଶ୍ମୀରର ନାମ ନିଆଯିବ ଶ୍ଯାମା ପ୍ରସାଦ ମୁଖାର୍ଜୀ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନାମ ବିନା ସବୁବେଳେ ଅଧା ହିଁ ରହିବ ।“ ଡଃ ମୁଖାର୍ଜୀଙ୍କ ସ୍ଵପ୍ନ ଓ ସଂଘର୍ଷକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ପୂରଣ କରିଛନ୍ତି ବୋଲି ସେ କହିଥିଲେ ।
Odisha cm attends state-level function marking Syama Prasad Mookerjee’s death anniversary
 
ରାଜ୍ୟରେ ପୂଜ୍ୟପୂଜାର ପରମ୍ପରା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ରାଜ୍ୟରେ ମଧ୍ୟ ପୂର୍ବ ସରକାର ଡଃ ମୁଖାର୍ଜୀଙ୍କର ବଳିଦାନ ଦିବସକୁ ପାଳନ କରୁନଥିଲେ କିନ୍ତୁ ଆମ ସରକାର ଏହାକୁ ଜାତୀୟ କର୍ତ୍ତବ୍ୟ ବୋଲି ସ୍ୱୀକାର କରି ପାଳନ କରୁଛି ଏବଂ ଆଗକୁ ମଧ୍ୟ କରିବ । ଆମର ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ । ଆଜି ରାଜ୍ୟସରକାର ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାରା ଓଡିଶାରେ ଯୁବ ଶକ୍ତି ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଆଜି ଆମେ ଯେତେବେଳେ ଏକ ନୂଆ ଓଡ଼ିଶା ଗଢ଼ୁଛୁ, ଏକ ଶକ୍ତିଶାଳୀ ଭାରତର ଦିଗକୁ ବଢ଼ୁଛୁ, ଡଃ ମୁଖାର୍ଜୀଙ୍କ ନିତି ଓ ଦୃଷ୍ଟିକୋଣ ଆମକୁ ସଠିକ ମାର୍ଗ ଦେଉଛି ।
 
ଏହି ଅବସରରେ ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରନ୍ତୁ। ଦେଶପ୍ରେମ, ନୈତିକତା, ଓ ଅଖଣ୍ଡତା ପାଇଁ ସେ କିପରି ଅବିରତ ଲଢ଼ିଥିଲେ, ତାହା ଆମେ ଭୁଲିଯିବା ଉଚିତ୍ ନୁହେଁ। ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ଆନ୍ଦୋଳନର ଲେଲିହାନ ଶିଖା ରୂପେ ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରୁ।
Odisha cm attends state-level function marking Syama Prasad Mookerjee’s death anniversary
 
ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଡଃ ମୁଖାର୍ଜୀଙ୍କୁ ଯୁବ ଶକ୍ତିର ପ୍ରେରଣା ବୋଲି କହିବା ସହିତ ତାଙ୍କ ଜୀବନକୁ ମହାକାଶର ଉଲକା ସହିତ ତୁଳନା କରିଥିଲେ, ଯାହା ଆକାଶରେ ଅଳ୍ପ ସମୟ ରହିଲେ ମଧ୍ୟ ସମସ୍ତ ମହାକାଶ ଜଗତକୁ ପ୍ରଭାବିତ କରିଥାଏ, ସେହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଡଃ ମୁଖାର୍ଜୀ ।
 
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ ।
 
ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *