Odisha CM joins state-level Janjatiya Gaurav Diwas program in Rourkela on Birsa Munda's birth anniversary
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା, ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଉରକେଲା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ତାଙ୍କ ଜନ୍ମଦିନକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା, ଔପନିବେଶିକ ଶୋଷଣ ବିରୋଧରେ ସଂଗ୍ରାମ କରିଥିବା ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଉଭୟ କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାର ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ଵାସ ଓ ସବ୍‍କା ପ୍ରୟାସ’ ଆଦର୍ଶରେ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ । ଏହି କ୍ରମରେ କେନ୍ଦ୍ର ସରକାର ପିଏମ୍-ଜନମନ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ଏବଂ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପରି ପଦକ୍ଷେପ ମାଧ୍ୟମରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଦିଗରେ ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ପୂର୍ବରୁ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଧାନସଭା ପରିସରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିଥିଲେ ।
Odisha CM joins state-level Janjatiya Gaurav Diwas program in Rourkela on Birsa Munda's birth anniversary
Odisha CM joins state-level Janjatiya Gaurav Diwas program in Rourkela on Birsa Munda's birth anniversary
 

By Nirvay

Leave a Reply

Your email address will not be published. Required fields are marked *