Odisha CM Announces Vande Bharat Express Between Jeypore & Bhubaneswar soon
ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହା ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟ ରାଜଧାନୀ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ ।
 
ଏନେଇ ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଘେଷାଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
 
ଏହି ଅବସରରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଅଧିକ ଟଙ୍କା ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
 
ଏହା ସହିତ ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ଓ ଜୟପୁର ଠାରେ ଏକ ନୂତନ ଇଞ୍ଜିନିଅରିଂ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘେଷାଣା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *