ଜଣାଶୁଣା ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ପ୍ରାଣହାନି ଘଟଣାରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ଜାରି ଏକ ବିବୃତ୍ତିରେ ଏହି ଦୁଃଖଦ ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରି କୁହାଯାଇଛି, “ଦୁର୍ଘଟଣାରେ ଜଣେ ବିଶିଷ୍ଟ ଇଲେକ୍ଟ୍ରୋନିକ୍ ମିଡିଆ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଅକାଳ ବିୟୋଗ ଦୁର୍ଭାଗ୍ୟଜନକ। ଗଣମାଧ୍ୟମ ଶିଳ୍ପ ପ୍ରତି ତାଙ୍କର ଅବଦାନ ଏବଂ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସର୍ବଦା ମନେ ରହିବ । ନିଚ୍ଛକ ସମ୍ବାଦ ପରିବେଷଣ ଏବଂ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ତାଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ; ସଡ଼କ ଦୁର୍ଘଟଣାରେ ଜଣେ ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ସାମ୍ବାଦିକା ଜଣକ ଏକ ଘରୋଇ ଟିଭି ଚ୍ୟାନେଲ୍ ରେ କାମ କରୁଥିଲେ। ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କର ଜଣେ ସମ୍ପର୍କୀୟ ସ୍କୁଟି ଯୋଗେ ସକାଳୁ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲ। ଏହି ସମୟରେ ପିପିଲି ମଙ୍ଗଳପୁର ଛକ ନିକଟରେ ପଛପଟୁ ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କା ପରେ ସ୍କୁଟି ପ୍ରାୟ ୨୦ ମିଟର ଯାଏଁ ଘୋଷାଡି ନେଇଥିଲା। ଯାହାଫଳରେ ସ୍କୁଲରେ ଥିବା ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ହୋଇପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି, ମେଡିକାଲ୍ ରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। Post navigation Vice President In Odisha: ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ Rajya Sabha Election: ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ