Odisha CM Announces Rs 4 Lakh Compensation For Families Of Pipili Accident Victims
ପୁରୀ ଜିଲ୍ଲା ପିପିଲି ନିକଟରେ ଶନିବାର ଏକ ମମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ଯୁବତୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
 
ସୂଚନା ଅନୁଯାୟୀ, ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱରରୁ ତିନି ଜଣ ଯୁବତୀ ସ୍କୁଟିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ହେଲେ ପିପିଲି ତରାକାଜ ନିକଟରେ ଏକ ଆମ ବସ୍‌ ଧକ୍କାରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେମେନେ ହେଲେ ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ ।
 
ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *