ଚଳିତ ବର୍ଷ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦିଆଯିବ । ଦୁର୍ଗାମେଢ଼ ଗୁଡ଼ିକୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ମେଢ଼କୁ ‘କ’ ବର୍ଗରେ ୭୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ମେଢ଼କୁ ‘ଖ’ ବର୍ଗରେ ଏବଂ ୫୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ମେଢ଼କୁ ‘ଗ’ ବର୍ଗରେ ସ୍ଥାନ ଦିଆଯାଇଛି । ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ମେଢ଼ (ଐତିହ୍ୟ ସଂପନ୍ନ ଦୁର୍ଗାମେଢ଼): ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼: ଏହି ବର୍ଗରେ ୧୯୭ ମେଢ଼କୁ ୧ କୋଟି ୪୭ ଲକ୍ଷ ଟଙ୍କା ଦିଆଯିବ । ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼: ୬୭୩ ମେଢ଼କୁ ୩ କୋଟି ୩୬ ଲକ୍ଷ ଟଙ୍କା ଦିଆଯିବ । ପୂର୍ବରୁ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲା । ନିଜ ଜିଲ୍ଲାର ମେଢ଼ ଗୁଡ଼ିକର ବର୍ଷ ଅନୁସାରେ ବିବରଣୀ ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲା । Post navigation ମା’ ଦୁର୍ଗାଙ୍କ ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ