ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି । ମନୋଜ ଆହୁଜା କହିଛନ୍ତି ଯେ, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଇଭଳି ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ହେବ । AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ କରିବେ ରାଜ୍ୟ ସରକାର । ୧୭୧ କୋଟି ଟଙ୍କା ଖର୍ଚ୍ଚରେ ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଶା ସରକାର । ଅନ୍ୟପକ୍ଷରେ ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ ହେବ । ଏନେଇ ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ହେବ । ସେହିପରି ଓଡ଼ିଶା ଚକ୍ଷୁ ଚିକିତ୍ସା ସେବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । Post navigation କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ଭିନୀଲ କ୍ରିଷ୍ଣା ମାଲ୍ ପ୍ରାକ୍ଟିସ ଘଟଣା: ୫ ଶିକ୍ଷକ ନିଲମ୍ବିତ ସହ ୩୩ ଜଣଙ୍କୁ ସୋ କଜ୍ ନୋଟିସ ଜାରି କଲେ ରାଜ୍ୟ ସରକାର