Odisha Budget Session Begins Today with Governor’s Address
ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହୋଇଛି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତ ରାଜ୍ୟପାଳ ।
 
ସେ କହିଛନ୍ତି ଯେ, ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି । ଏହା ଉଜ୍ଜ୍ୱଳ ଓଡ଼ିଶାର ଭବିଷ୍ୟତକୁ ଦର୍ଶାଉଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ।
 
ରାଜ୍ୟପାଳ କହିଛନ୍ତି ଯେ, ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ କରାଯାଇଛି । ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି । ଭୁବନେଶ୍ୱର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି । ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି ।
 
ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରାଯାଉଛି । ଏହି ଅଧିବେଶନରେ ରାଜ୍ୟର ବଜେଟ୍ ପ୍ରସକ୍ତ କରାଯିବ । ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

By Nirvay

Leave a Reply

Your email address will not be published. Required fields are marked *