ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ରୀଡା ଏବଂ ଯୁବସେବା ପାଇଁ ରାଜ୍ୟ ସରକାର ୧୩୦୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଜିଲ୍ଲା ସ୍ତରୀୟ କ୍ରୀଡା ଏକାଡୋମୀ ପ୍ରତିଷ୍ଠା କରିବା ସହ ମିନି ଷ୍ଟାଡିୟମ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଭୂବନେଶ୍ୱରରେ କ୍ରୀଡା ଭିତ୍ତିଭୂମିର ବିକାଶ ସହ ଏକ ନୂଆ ଷ୍ଟାଡିୟମ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ରାଜ୍ୟ ସରକାର ୮୫୨ କୋଟି ଟଙ୍କାର ପ୍ରାବଧାନ ବଜେଟରେ ଆଣିଛନ୍ତି ।

ଯୁବବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବଶକ୍ତି ଅଧିନରେ ୧ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଆମ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡ଼ା ନୀତି ଆରମ୍ଭ କରିବେ । ସରକାର ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ । ଏଥ‌ିପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଓ ମିନି ଷ୍ଟାଡିୟମଗୁଡ଼ିକୁ ସକ୍ରିୟ କରିବା, ଜିଲ୍ଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା, ରାଜ୍ୟର ୪ଟି ଜୋନ୍‌ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା କରାଯିବ । ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଏବଂ ଯୁବ ମେଧାବୀ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନ କାର୍ଯ୍ୟକାରୀ ହେବ ।

Leave a Reply

Your email address will not be published. Required fields are marked *