ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ବଜେଟ୍ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୫% ଅଧିକ ଅଟେ ।

ବିକାଶର ପ୍ରାଥମିକତା ତଥା ରାଜ୍ୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରି ଲୋକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର ୨୦୨୪-୨୫ ପାଇଁ ସଂଶୋଧିତ ଆକଳନ ସହିତ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ର ତୁଳନାତ୍ମକ ବିବରଣୀ ନିମ୍ନଲିଖିତ ସାରଣୀରେ ଦର୍ଶାଯାଇଛି ।

1. ରାଜ୍ୟ ବଜେଟର ଗୁଣାତ୍ମକ ଦିଗ

* କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧,୫୫,୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ । କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର ୫୮ ପ୍ରତିଶତରୁ ଅଧିକ ଅଟେ ।

* ୨୦୨୪-୨୫ରେ ପୁଞ୍ଜି ବ୍ୟୟ ଅଟକଳ ୫୮,୧୯୫କୋଟି ଟଙ୍କା, ଯାହା କି GSDPର ୬.୩ ପ୍ରତିଶତ ୮ ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧ‌ିକ ।

* କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ ଅଟେ ।
* ରାଜସ୍ବ ବଳକା GSDPର ୨.୯୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ GSDPO ୩.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର GSDPO ୧୩.୫୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେଣୁ ୨୦୨୪-୨୫ ବାର୍ଷିକ ବଜେଟ୍ ସମ୍ପୂର୍ଣ ଭାବେ FRBM ଅଧୁନିୟମ ପରିପାଳକ ଅଟେ ।

2. ବଜେଟରେ ନୂଆ ପଦକ୍ଷେପ

* ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ କର୍ପସ ପାଣ୍ଠି ବାବଦରେ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଘଟଗାଁସ୍ଥିତ ମା ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମହିଳା ସଶକ୍ତକରଣ, ଆର୍ଥିକ ସ୍ବାଧୀନତା ଏବଂ ଉଦ୍ୟୋଗବିକାଶ ନିମନ୍ତେ ସୁଭଦ୍ରା ଯୋଜନା ପାଇଁ ୧୦୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଅଧୀନରେ କ୍ରିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣିବା ପାଇଁ ପଦକ୍ଷପ ନିଆଯିବ ।

* ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ କର୍ପସ ପାଣ୍ଠି ବାବଦରେ ୨୦୦*କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମାଧୋ ସିଂହ ହାତ ଖର୍ଚ ଯୋଜନା ପାଇଁ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଦ୍ବାରା ଅଧରୁ ସ୍କୁଲ ଛାଡ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରା‌ଯିବ ପାଇଁ ପଦକ୍ଷପ ନିଆଯିବ ।

* ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଅଧୀନରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ ।

* ଶିଳ୍ପ ସହରାଞ୍ଚଳରେରେ ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା ଅଧୀନରେ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟ (ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟ ଘର) ପାଇଁ ରାଜ୍ୟ ସହାୟତା ଅଧୀନରେ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

* କର୍କଟ ରୋଗୀଙ୍କ ସହାୟକ ମାନଙ୍କ ରହିବା ପାଇଁ ଧର୍ମଶାଳା-ତଥା ‌-ଅତିଥ୍ ଗୃହ ନିର୍ମାଣ ପାଇଁ ୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମେଡ଼ିକାଲ କଲେଜ ଏବଂ ହସପିଟାଲ ଗୁଡିକ ନିମନ୍ତେ କର୍ପସ ପାଣ୍ଠି ବାବଦରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଶିଶୁ କର୍କଟ ସୁବିଧା ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗ୍ରାମ ପଞ୍ଚାୟତ ସ୍ତରରେ ସୌର ଶକ୍ତି ଭିଭିକ ଷ୍ଟିଟ୍ ଲାଇଟ୍ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି I

* ସମ୍ବଲପୁର ଓ କଟକ ସହରର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ବିଶ୍ଵସ୍ତରୀୟ ରିଭର ଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ମହାନଦୀ ସମ୍ମୁଖ ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ୧୦୦ ବର୍ଷରୁ ଅଧିକ ପୁରୁଣା ୪୫ ଟି ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ଐତିହ ସ୍କୁଲ ବିକାଶ ଯୋଜନା ପାଇଁ 1 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୧.୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(AB-PM-JAY)ର କାର୍ଯ୍ୟକାରିତା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା(PM-MVY)ର କାର୍ଯ୍ୟକାରିତା ପାଇଁ ୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ(PM-SHRI) କାର୍ଯ୍ୟକାରୀ କରିବା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

A. କୃଷି ଓ ଆନୁଷଙ୍ଗିକ କ୍ଷେତ୍ର

* ୨୦୨୪-୨୫ କୃଷି ବଜେଟ୍ ଅଧୀନରେ ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ଗତବର୍ଷର ଆବଣ୍ଟନ ତୁଳନାରେ ୩୬ ପ୍ରତିଶତ ଅଧିକ ।

* ସମୃଦ୍ଧ କୃଷି ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ-କିଷାନ ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଶ୍ରୀ ଆନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଫସଲ ବିବିଧତା କାର୍ଯ୍ୟକ୍ରମ ପାଇଁ ୫୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଆଳୁ, ପନିପରିବା ଓ ମସଲା ବିକାଶ ପାଇଁ ୩୨୬ କୋଟି ବ୍ୟୟବରାଦ କରାଯାଇଛି ।

* କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପସେଟ୍ କୁ ଲୋକପ୍ରିୟ କରିବା ପାଇଁ ୩୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ କୃଷି ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ପାଇଁ OUAT କୁ ୧୫୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ।

* ବିଶ୍ବ ବ୍ୟାଙ୍କ ସହାୟତାପ୍ରାପ୍ତ REWARD ପ୍ରକଳ୍ପ ପାଇଁ ୧୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* କୃଷକ ଉତ୍ପାଦକ ସଂଗଠନ(FPO )କୁ ସହାୟତା ପାଇଁ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ପାଇଁ ୧୮୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୧୫୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୩୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କୃଷକଙ୍କ ପାଇଁ ଫସଲ ବୀମା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନ (PMFBY) ଅଧୀନରେ ୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଫସଲ ଋଣ ଉପରେ ସୁଧ ଛାଡ଼ ପାଇଁ ୮୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡିଆ ରାଜ୍ୟ ସମବାୟ ବିପଣନ ମହ ସଂଘ ଲିମିଟେଡ ପାଇଁ କର୍ପସ ପାଣ୍ଠି ନିମନ୍ତେ ୧୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ମତ୍ସ୍ୟ ମିଶନ ପାଇଁ ୩୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରାଣ ସମ୍ପଦ ସମୃଦ୍ଧି ଯୋଜନା ପାଇଁ ୧୮୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଦୁଗ୍ଧା ବନ୍ୟା ମିଶନ ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କ୍ଷୀର ଧାରା ମିଶନ ପାଇଁ ୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗୋ ବଂଶ ସୁରକ୍ଷିତ ଯୋଜନା ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗୋମାତା(ପଶୁମାନଙ୍କ ପରିଚାଳନା ଏବଂ ଚିକିତ୍ସା) ପାଇଁ ୩୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜାତୀୟ ପ୍ରାଣୀସମ୍ପଦ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

B. ଜଳସେଚନ ଏବଂ ଜଳ ବ୍ୟବହାର ଦକ୍ଷତା

* ଜଳସେଚନ କ୍ଷେତ୍ର ପାଇଁ ମୋଟ ୧୪,୧୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* ଜଳସେଚନର ଦୀର୍ଘଦିନର ଆବଶ୍ୟକ‌ତାକୁ ପୂରଣ କରିବା ପାଇଁ ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଟର ନିର୍ମାଣ ପାଇଁ ୮୧୪ କୋଟି ଟଙ୍କା ବ୍ୟୟବର କରାଯାଇଛି ।

* ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୧୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଅଚଳ ହୋଇପଡ଼ିଥିବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୯୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଅଧୀନରେ ୪୦୦ କୋଟି ଟଙ୍କା ବ୍ୟୟବର କରାଯାଇଛି ।

* ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ବନ୍ଧର ସୁଦୃଢ଼ୀକରଣ ଓ ଡ୍ରେନେଜ୍ ଉନ୍ନତି କାର୍ଯ୍ୟ ପାଇଁ ୧୦୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜଳ ସଂରକ୍ଷଣ ଓ ଜଳସେଚନ ବିକାଶ ପ୍ରକଳ୍ପ (WSIDP ) ପାଇଁ ୧୮୭୨ କୋଟି ଟଙ୍କା ବ୍ୟୟବରାଦ ଜରାଯାଇଛି ।

* କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେସନ୍ ପ୍ରୋଗ୍ରାମ (CLSRP ) ଅଧୀନରେ କେନାଲ ଲାଇନିଂ ପାଇଁ ୩୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ନବକୃଷ୍ଣ ଚୌଧୁରୀ ସେଚା ଉନ୍ନୟନ ଯୋଜନାରେ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ ପାଇଁ ୨୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

C. ସ୍ବାସ୍ଥ୍ୟ କ୍ଷେତ୍ର: ଜୀବନର ଯତ୍ନ ନେବା

* ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ ୨୧,୨୦୦ କୋଟି ଟଙ୍କା ଆବଣ୍ଟନ ରହିଛି, ଯାହାକି ରାଜ୍ୟ ବଜେଟର ପ୍ରାୟ 8 ପ୍ରତିଶତ ।

* ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯେଉଁଥିରେ ନିମ୍ନୋକ୍ତ ଅର୍ଥ ରାଶି ଅନ୍ତର୍ଭୁକ୍ତ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩୦୫୬ କୋଟି ଟଙ୍କା । ନିରାମୟ (ମାଗଣା ଔଷଧ) ପାଇଁ ୧୦୩୩ କୋଟି ଟଙ୍କା । ନିଦାନ ପାଇଁ ୨୩୬ କୋଟି ଟଙ୍କା, ସମ୍ମପୂର୍ଣ୍ଣା (ଆଇଏମ୍‌ଆର/ଏଏମ୍‌ଆର୍ ହ୍ରାସ) ପାଇଁ ୧୨୨ କୋଟି ଟଙ୍କା। ସ୍ବାସ୍ଥ୍ୟ ସହାୟ ପାଇଁ ୧୯୧ କୋଟି ଟଙ୍କା । ଓଡ଼ିଶା ବ୍ୟାପକ କର୍କଟ ଚିକିତ୍ସା ଯୋଜନା ପାଇଁ ୨୧୧ କୋଟି ଟଙ୍କା ଓ ଆମ୍ବୁଲାନ୍ସ ସେବା ପାଇଁ ୩୫୦ କୋଟି ଟଙ୍କା ।

* ଆମା ହସ୍ପିଟାଲ ପାଇଁ ୧୩୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କା, ପ୍ରଦାନ କରାଯାଇଛି, ଯେଉଁଥ‌ିରେ ନିମ୍ନୋକ୍ତ ଅର୍ଥ ରାଶି ଅନ୍ତର୍ଭୁକ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୨୮୧ କୋଟି ଟଙ୍କା ଏବଂ SCBMCHର ପୁନଃବିକାଶ କାର୍ଯ୍ୟକ୍ରମ ପାଇଁ ୧୦୦୦ କୋଟି ଟଙ୍କା

* ନିର୍ମଳ ଯୋଜନା ପାଇଁ ୮୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୬୪କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଖୁସି ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କଟକ ମେଡିକାଲ କଲେଜର ଉନ୍ନତିକରଣ ପାଇଁ ୫୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ପାଇଁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨୦୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

D. ଶିକ୍ଷା କ୍ଷେତ୍ର: ଜୀବନକୁ ସମୃଦ୍ଧ କରିବା

* ଶିକ୍ଷା କ୍ଷେତ୍ର ପାଇଁ ୩୫,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୭,୩୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୪୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୩୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି

* ମୁଖ୍ୟମନ୍ତ୍ରୀ ଛତ୍ରଛତ୍ରି ପରିଧାନ ଯୋଜନା ପାଇଁ ୧୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି

* PM-POSHAN ପାଇଁ ୮୮୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* PM-POSHAN ନିମନ୍ତେ ରାଜ୍ୟ ସହାୟତା ବାବଦରେ ୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସମଗ୍ର ଶିକ୍ଷା ନିମନ୍ତେ ୩୭୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସମଗ୍ର ଶିକ୍ଷା ନିମନ୍ତେ ରାଜ୍ୟ ସହାୟତା ବାବଦରେ ୪୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟମାନଙ୍କ ପାଇଁ ଶିକ୍ଷାଦାନ-ଶିକ୍ଷଣ ଏବଂ ଫଳାଫଳକୁ ସୁଦୃଢ଼(STARS) ଯୋଜନା ପାଇଁ ୭୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* PM-SHRI ନିମନ୍ତେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଜାତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପୂର୍ବବର୍ତୀ ଓ ପରବର୍ତୀ ଛାତ୍ରବୃଦ୍ଧି ପାଇଁ ୧୧୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଉଚ୍ଚଶିକ୍ଷା ବିଭାଗ ପାଇଁ ୩୪୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ୮

* ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ ପାଇଁ ଗେ ଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଆମ କଲେଜ ଆମ ଗୌରବ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ବିଶ୍ବବିଦ୍ୟାଳୟ ଗବେଷଣା ଓ ଉଦ୍ଭାବନ ପ୍ରୋତ୍ସାହନ ଯୋଜନା ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରାଯାଇଛି

* ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (USHA) ପାଇଁ ୧୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଏସିଆ ବିକାଶ ବ୍ଲାଙ୍କ ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* CM-ASPIRE ପାଇଁ ୩୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଇଞ୍ଜିନିୟରିଂ ସ୍କୁଲ, କଲେଜ, ଆଇଟିଆଇ, ପଲିଟେକ୍ନିକ୍ ଏବଂ ବୈଷୟିକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଭୁବନେଶ୍ବରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (OUTR) ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* ବୁର୍ଲାସ୍ଥିତ VSSUT ପାଇଁ ୧୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

E. କ୍ରୀଡ଼ା ଓ ଯୁବ ସେବା

* ୨୦୨୪-୨୫ ରେ କ୍ରୀଡ଼ା କ୍ଷେତ୍ର ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୯୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଯୁବ ଶକ୍ତି ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କ୍ରୀଡ଼ା ପ୍ରଶିକ୍ଷଣ ପାଇଁ ୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଉତ୍କର୍ଷତ ପ୍ରଦର୍ଶନ କରିଥିବା କ୍ରୀଡାବିତ ମାନଙ୍କ ପାଇଁ ଆର୍ଥିକ ସହାୟତା ନିମନ୍ତେ ୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

F. ମହିଳା ଓ ଶିଶୁ ବିକାଶ

* ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରୀତ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମହିଳା ସଶକ୍ତକରଣ, ଆର୍ଥିକ ସ୍ବାଧୀନତା ଏବଂ ଉଦ୍ୟୋଗବିକାଶ ପାଇଁ ସୁଭଦ୍ରା ଯେ ଜାନା ଅଧୀନରେ ୧୦,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଯଶୋଦା ଯୋଜନା ନିମନ୍ତେ ୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗର୍ଭବତୀ ମହିଳାଙ୍କ ପାଇଁ ସର୍ଭମୂଳକ ନଗଦ ହସ୍ତାନ୍ତର ପାଇଁ ମମତା ଯୋଜନାରେ ୪୨୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟରେ ICDS କାର୍ଯ୍ୟକାରୀ କରିବା ପାଇଁ, ରାଜ୍ୟ ସହାୟତା ବାବଦରେ ୧୩୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ସପ୍ଲିମେଣ୍ଟାରୀ ପୋଷଣ କାର୍ଯ୍ୟକ୍ରମ ପାଇଁ ୯୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଅଙ୍ଗନବାଡ଼ି ସେବା ପାଇଁ ୭୬୯ କୋଟି ଟଙ୍କା ଟଙ୍କା ବ୍ୟୟବରାଦ କରାଯାଇଛି ।

* ପୋଷଣ ଅଭିଯାନ ପାଇଁ ୨୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୧୧୬୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ ୧୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

G. ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷ ଓ ସଶକ୍ତକରଣ

* ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ୭୭୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ସାମାଜିକ ସୁରକ୍ଷା ପେନସନ ଯୋଜନାରେ ହିତାଧିକାରୀଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଅଧୀନରେ ୪୪୮୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଶାରୀରିକ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଥଇଥାନ ପାଇଁ ୩୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଭୀମ ଭୋଇ ଭିନ୍ନ କ୍ଷମ ସମର୍ଥ ଅଭିଯାନ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ବୟସ୍କଙ୍କ ପାଇଁ ଗୃହ ନିମନ୍ତେ ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଆଡଭାନ୍ସଡ୍ ରିହାବିଲିଟେସନ୍ ସେଣ୍ଟର (ARC ) ପାଇଁ ୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ(SIEP) ପାଇଁ ୪୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

H. ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ

* Tribal Sub-Component ଅଧୀନରେ ୩୬,୬୫୨ କୋଟି ଟଙ୍କା ଏବଂ SC Sub- Component ଅଧୀନରେ ୨୬,୬୪୭ କୋଟି ଟଙ୍କାକୁ ମିଶାଇ କାର୍ଯ୍ୟକ୍ରମ ବଜେଟରେ ଚିହ୍ନଟ ଯୋଜନାଗୁଡ଼ିକ ପାଇଁ ସମୁଦାୟ ୬୩,୨୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମାଧୋ ସିଂ ହାତ ଖର୍ଚ ପାଇଁ ୧୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କ୍ଷୁଦ୍ର ବନଜାତ ଦ୍ରବ୍ୟ କ୍ରୟ ପାଇଁ LABHA ଯୋଜନା ଅଧୀନରେ ୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (PM-AJAY) ପାଇଁ ୨୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି I

* ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (PM-AAGY) ପାଇଁ ୧୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରଧାନମନ୍ତ୍ରୀ ଜନମନ ଯୋଜନା (PM-JANMAN) ନିମନ୍ତେ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

 I. ନଗର ଉନ୍ନୟନ

* ଓଡ଼ିଶାର ସହରାଞ୍ଚଳ ରୂପାନ୍ତରିକରଣ ପାଇଁ ୯୬୦୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

* ସହରାଞ୍ଚଳ ଜଳ ଯୋଗାଣ ପାଇଁ ୩୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜଗା ମିଶନର ରିଭଲିଂ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ନୂତନ ସହର ବିକାଶ ପାଇଁ ୮୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସହରାଞ୍ଚଳ ପରିମଳ ଯୋଜନା ପାଇଁ ୩୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସହରାଞ୍ଚଳ sewerage ଯୋଜନା ପାଇଁ ୨୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଷ୍ଟର୍ମ ୱାଟର ଡ୍ରେନେଜ୍ ଏବଂ ଜଳାଶୟର ବିକାଶ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସହରାଞ୍ଚଳ ସଡ଼କ ପରିବହନ (CRUT ) ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସହରାଞ୍ଚଳ ପ୍ରଶାସନର ଉନ୍ନତି ପାଇଁ ୬୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗ୍ରାମୀଣ-ସହରାଞ୍ଚଳ ପରିବର୍ତ୍ତନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

J. ବାସଗୃହ

* ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଗ୍ରାମୀଣ (PMAY-G)ଅଧୀନରେ ୬୦୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି

* ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (PMAY-U) ଅଧୀନରେ ୬୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି

* ଅଦ୍ୟୋଦୟ ଗୃହ ଯୋଜନା ଅଧୀନରେ ୧୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

K. ପାନୀୟ ଜଳ ଓ ପରିମଳ (ଗ୍ରାମୀଣ)

* ପାଇପ୍ ଯୋଗେ ପାନୀୟ ଜଳ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି।

ବସୁଧା ଯୋଜନାରେ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜଳ ଜୀବନ ମିଶନ ଅଧୀନରେ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୨୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସ୍ବଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ଅଧୀନରେ ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି

L. ମଜୁରି ରୋଜଗର, ଜୀବିକା ଏବଂ ମୌଳିକ ସେବା

* ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି (MGNREGS) ଯୋଜନାର Material Component ପାଇଁ ୩୬୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ଉତ୍କଟ ଦାରିଦ୍ର୍ୟ ଜନିତ ପ୍ରବାସକୁ ରୋକିବା ପାଇଁ MGNREGSକୁ ରାଜ୍ୟ ସହାୟତା ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM-DDUKGY)ପାଇଁ ୧୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ନିମନ୍ତେ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

M.ସଡ଼କ, ରେଳପଥ ଓ ପରିବହନ

* ସଡ଼କ, ସେତୁ, ବିମାନ ବନ୍ଦର ଏବଂ ରେଳବାଇ ଅଧୀନରେ ୧୫,୮୬୫ କୋଟି ଟଙ୍କା ନିବେଶ ପାଇଁ ଯୋଜନା ବ୍ୟୟବରାଦ କରାଯାଇଛି ।

* ରେଳ ପ୍ରକଳ୍ପର ବିକାଶ ପାଇଁ ୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ବେସାମରିକ ବିମାନ ଚଳାଚଳ ପାଇଁ ୩୭୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଇଲେକ୍ଟ୍ରିକ୍ ଯାନ ନୀତି ଅଧୀନରେ ସବସିଡି କାର୍ଯ୍ୟକାରୀ କରିବା ପାଇଁ ୧୫୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

* ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ବ୍ଲଳସ୍ତରୀୟ ବସଷ୍ଟାଣ୍ଡ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ଗ୍ରାମୀଣ ପରିବହନ ୧୦୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସେତୁ ବନ୍ଧନ ଯୋଜନାଅଧୀନରେ ସେତୁ ପ୍ରକଳ୍ପ ପାଇଁ ୧୯୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ଓଡ଼ିଶା ସଡ଼କ ସୁରକ୍ଷା ସମିତିକୁ ଅନୁଦାନ ନିମନ୍ତେ ୪୫ କୋଟି ଟଙ୍କା ବ୍ୟୟବର ଦ କରାଯାଇଛି ।

* ହିଟ୍ ଆଣ୍ଡ ରନ୍ ମାମଲା ପାଇଁ ଅନୁକମ୍ପା ପାଣ୍ଠି ନିମନ୍ତେ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ପରିବହନ ଡ୍ରାଇଭର ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ଗ୍ରାମୀଣ ସଡ଼କ ପାଇଁ ୧୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୬୧୮୦ କୋଟି ଟଙ୍କା ଓ ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟ ସଡ଼କ ପାଣ୍ଠି ପାଇଁ ୪୧୦ କୋଟି ଟଙ୍କା ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସଡ଼କ ପୁନଃନିର୍ମାଣ ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ୨୩୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

N. ଶକ୍ତି

* ଗୁଣାତ୍ମକ ଏବଂ ବିଶ୍ବସନୀୟ ବିଦ୍ୟୁତ ଯୋଗାଣ ନିମନ୍ତେ ଶକ୍ତି କ୍ଷେତ୍ର ପାଇଁ ୩୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୧୪୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୬୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଦିନାଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ପାଇଁ ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* OPGC ରେ ସେୟାର କ୍ୟାପିଟାଲ ନିବେଶ ପାଇଁ ୩୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* GRIDCO ନିମନ୍ତେ କାର୍ଯ୍ୟକାରୀ ପୁଞ୍ଜି ଋଣ ପାଇଁ ୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

O. ଭବିଷ୍ୟତ ଅଭିବୃଦ୍ଧି ଇଞ୍ଜିନ୍ (ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ)

* ଶିଳ୍ପ ଓ MSME କ୍ଷେତ୍ର ପାଇଁ ୧୫୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* IPICOLକୁ ଅନୁଦାନ ପାଇଁ ୧୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜମି ବ୍ୟାଙ୍କ(Land Bank) ଯୋଜନା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଶିଳ୍ପ ଭିଭିଭୂମି ବିକାଶ ପାଣ୍ଠି (IIDF) ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* New Industrial Township (SCDF) ଅଧୀନରେ ଦିନ ଦୟାଲ କର୍ମଚାରୀ ନିବାସ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଶିଳ୍ପ କ୍ଲଷ୍ଟର ବିକାଶ ପାଇଁ ୨୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

* ମେଗା ଫୁଡ୍ ପାର୍କର ବିକାଶ ପାଇଁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

* ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* MSME ର ପ୍ରୋତ୍ସାହନ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* MSME ବିକାଶ କାର୍ଯ୍ୟକ୍ରମ ପାଇଁ ୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କ୍ଷୁଦ୍ର ଶିଳ୍ପ ପାଇଁ ସବସିଡି ପାଇଁ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ବିକ ଶ କାର୍ଯ୍ୟକ୍ରମ ପାଇଁ ୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* CM-SRIM ଅଧୀନରେ ସୁଧ ଫେରସ୍ତ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପ୍ରଧାନମନ୍ତ୍ରୀ ମାଇକ୍ରୋ ଫ୍ଲଡ୍‌ ସ୍ପ୍ରେ ସେସିଂ ଏଣ୍ଟରପ୍ରାଇଜେସ୍ (PM -FME ) ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

P. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ

* ବନୀକରଣ ଏବଂ ବନ୍ୟଜନ୍ତୁ କାର୍ଯ୍ୟକଳାପ ପାଇଁ CAMPA ଅଧୀନରେ ୧୧୬୮ କୋଟି ଟଙ୍କା ବ୍ୟୟବର ଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର ତୋଳାଳି ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ ୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

* JICA ସହାୟତାରେ ଓଡ଼ିଶା ଜଙ୍ଗଲ କ୍ଷେତ୍ର ବିକାଶ ପ୍ରକଳ୍ପ (OFSDP) ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୬୨ କୋଟି ଟଙ୍କା ବ୍ୟୟବରାଦ ରହିଛି।

* ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି |

* ସବୁଜ ମହାନଦୀ ମିଶନ ପାଇଁ ୪୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

* ଇକୋ ଟୁରିଜିମ୍ ର ବିକାଶ ଓ ପ୍ରୋତ୍ସାହନ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ହାତୀ କରିଡର ପରିଚାଳନା ଓ ବିକାଶ ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ବ୍ୟବସ୍ଥା ପାଇଁ ୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Q. ପର୍ଯ୍ୟଟନ ବିକାଶ ପାଇଁ କାର୍ଯ୍ୟକ୍ରମ

* ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ୮୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି ।

* ପର୍ଯ୍ୟଟନ ଆବାସର ବିକାଶ ଓ ପରିଚାଳନା ପାଇଁ ୪୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ପର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ ୨୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ବାରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

R. ଯୋଜନା ଓ ସଂଯୋଜନ

* ଯୋଜନା ଓ ସଂଯୋଜନ ବିଭାଗ ପାଇଁ ୨୦୧୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

* ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC)କୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।

* ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (MLALAD) ନିମନ୍ତେ ୪୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

* KBK ବିକାଶ ଯୋଜନା ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସେତୁ ଯୋଜନା ଅଧୀନରେ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

* କନ୍ଧମାଳ ‘ଓ’ ଗଜପତି ବିକାଶ ଯୋଜନା ପାଇଁ ୨୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

S. ବିପର୍ଯ୍ୟୟ ପରିଚାଳନ

* ବିପର୍ଯ୍ୟୟ ପରିଚାଳନାପାଇଁ ୩୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯେଉଁଥିରେ State Disaster Risk Management Fund (SDRMF) ଅଧୀନରେ ୨୪୬୭ କୋଟି ଟଙ୍କା ଏବଂ National Disaster Risk Management Fund (NDRMF) ଅଧୀନରେ ୧୪୨୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

T. ଅଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ

* ନ୍ୟାୟ ପ୍ରଦାନ, ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବା, ଅପରାଧିକ କାର୍ଯ୍ୟର ନିୟନ୍ତ୍ରଣ ତଥା ନିବାରଣ, ଅଗ୍ନିଜନିତ ଦୁର୍ବିପାକର ପରିଚାଳନା ଓ ନିୟନ୍ତ୍ରଣ ଇତ୍ୟାଦି ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮,୯୯୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ERSS) ପାଇଁ ୧୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସମେତ ଫାଷ୍ଟଟ୍ରାକ୍ ସ୍ପେଶଲ କୋର୍ଟ (FTSCs) ପାଇଁ ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (CCTNS) ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କା ଏବଂ ପୀଡ଼ିତା କ୍ଷତିପୂରଣ ପାଣ୍ଠି ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

U. ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ

* ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ୪୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

* ଓଡିଆ ଅସ୍ମିତା କର୍ପସ ପାଣ୍ଠି ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲା/ରାଜ୍ୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ଆୟୋଜନ ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସ୍ମାରକୀଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ରାଜ୍ୟ ସଂଗ୍ରହାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *