ଆସନ୍ତା ମାସରେ ଖରିଫ ଋତୁ ପାଇଁ ଧାନ କ୍ରୟ ଆରମ୍ଭ ହେବା ପରେ ପଡୋଶୀ ରାଜ୍ଯଗୁଡ଼ିକ ସହିତ ସୀମା ସିଲ୍ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ମନ୍ତ୍ରୀ ଏବଂ ବିଭାଗୀୟ ସଚିବମାନେ ଯୋଗ ଦେଇଥିଲେ।

ରାଜ୍ଯରେ ଧାନର ବର୍ଦ୍ଧିତ ମୂଲ୍ଯକୁ ଦୃଷ୍ଟିରେ ରଖି ସରକାର ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ଯରୁ କମ୍ ମୂଲ୍ଯର ଧାନର ସମ୍ଭାବ୍ଯ ପ୍ରବାହକୁ ନେଇ ଚିନ୍ତିତ ଅଛନ୍ତି।ସୀମାବର୍ତ୍ତୀ ଅଞ୍ଚଳରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନିୟୋଜିତ କରିବାକୁ ଏବଂ ସିସିଟିଭି କ୍ୟାମେରା ବ୍ଯବହାର କରି ରାଜପଥର ୨୪ଘଣ୍ଟା ତଦାରଖ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ଯ ବାହାରର କୃଷକମାନଙ୍କୁ ଓଡ଼ିଶା ବଜାରରେ ଧାନ ବିକ୍ରି କରିବାରୁ ନିବୃତ୍ତ କରିବାର ଆବଶ୍ଯକତା ଉପରେ ମୁଖ୍ଯମନ୍ତ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି| ଚଳିତ ବର୍ଷ ୧କୋଟି ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ରାଜ୍ଯ ଏକ ଉଚ୍ଚାଭିଳାଷୀ ଲକ୍ଷ୍ଯ ଧାର୍ଯ୍ଯ କରିଛି, ଚାହିଦା ଆଧାରରେ ଏହି ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ଏବଂ କୃଷକଙ୍କ ଲାଭ ପାଇଁ କ୍ରୟ ବ୍ଯବସ୍ଥାକୁ ସୁବ୍ଯବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ଯକ ମନ୍ତ୍ରୀଙ୍କୁ ୨ରୁ ୩ଟି ଜିଲ୍ଲାରେ କ୍ରୟ ପ୍ରକ୍ରିୟା ର ତଦାରଖ ଦାୟିତ୍ୱ ଦିଆଯିବ ଏବଂ ଶସ୍ଯ କ୍ରୟ ସମୟରେ ପ୍ରତ୍ଯକ ମଣ୍ଡିରେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ ଉପସ୍ଥିତ ରହିବେ। ଏକାଧିକ ଧାନ ମଣ୍ଡି ସହିତ ଜୋନ୍ ସୃଷ୍ଟି କରାଯିବ, ପ୍ରତ୍ଯକଟି ଜଣେ ନିଯୁକ୍ତ ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯିବ।ରାଜ୍ଯର ୮୩ ପ୍ରତିଶତ ପଞ୍ଜୀକୃତ ଚାଷୀ ହେଉଛନ୍ତି କ୍ଷୁଦ୍ର ଚାଷୀ। ଏହି କୃଷକମାନେ ଯେପରି ବିନା କୌଣସି ସମସ୍ୟାରେ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ମାଝୀ ଆଲୋକପାତ କରିଥିଲେ ଏବଂ କ୍ରୟ ସମୟରେ ସେମାନଙ୍କୁ ପ୍ରାଥମିକତା ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *