ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା । ନିଜ ସପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବାବେଳେ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଖସି ପଡି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଓଡ଼ିଶାରୁ ସମୁଦାୟ ୪ ଜଣ ନିଖୋଜ ଥିବା ଜଣା ପଡିଛି। ନିଖୋଜଙ୍କ ମଧ୍ୟରେ ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଥିବା ସୂଚନା ମିଳିଛି । ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ହେଉଛନ୍ତି ଇତିଶ୍ରୀ ଜେନା । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ସୂଚନା । ଅନ୍ୟପଟେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଓ ପୁତୁରା ସୁରକ୍ଷିତ ଉଦ୍ଧାର ସୂଚନା । ସୂଚନା ଦେଇଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । ସେ କହିଛନ୍ତି ଇତିଶ୍ରୀ ଜେନା ପରିବାରର ୧୧ ଜଣଙ୍କ ସହ ବୁଲିବାକୁ ଯାଇଥିଲେ । ୨ଟି ଗାଡ଼ିରେ ଯାଇଥିବାବେଳେ ଗୋଟିଏ ଗାଡ଼ି ଖାଇରେ ଗଳିପଡ଼ିଥିଲା । ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ସ୍ବତନ୍ତ୍ର ଟିମ୍ । Post navigation ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ INS ବିକ୍ରାନ୍ତରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; ପାକିସ୍ତାନ ନସୁଧୁରିଲେ ଏଥର ଉଦଘାଟନ ନୌସେନା କରିବ