Odisha Assembly Session: Opposition stages walkout during Governor's address
ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।
 
ଆସନ ବଦଳିଥିବା ସନାତନ ଓ ଅରବିନ୍ଦ ନିଜ ଆସନରେ ରହିଛନ୍ତି । ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀମାନେ ତାହାକୁ ବର୍ଜନ କରି କକ୍ଷ ତ୍ୟାଗ କରିଛନ୍ତି ।
 
ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରି ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ । ଅଭିଭାଷଣ ନେଇ ବିରୋଧୀ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଛନ୍ତି ସରକାର ।
 
କହିରଖୁଛୁ ଯେ, ବିଜେଡିରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କ ବିଧାନସଭା ସିଟ୍ ବଦଳିଛି । ଅରବିନ୍ଦ ଙ୍କ G୧୯ ରୁ F19 ଓ ସନାତନଙ୍କ F14ରୁ F21 ହୋଇଛି । ଅରବିନ୍ଦ ମହାପାତ୍ରଙ୍କ ସିଟ୍‌ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଥିବାବେଳେ ମାଧବ ଧଡ଼ାଙ୍କ ସିଟ୍‌ ସହ ସନାତନ ମହାକୁଡ଼ଙ୍କ ସିଟ୍‌ ପରିବର୍ତ୍ତନ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *