ଆସନ୍ତା ମାସରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମୌସୁମୀ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ଚାଲିବ । ଏଥିରେ ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ତେବେ ବିରୋଧୀ ମଧ୍ୟ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି । Post navigation ହାତୀ ସଂରକ୍ଷଣ ପାଇଁ ଆସିବ ପଲିସି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଦୋନ୍ନତିପ୍ରାପ୍ତ/ବଦଳି ଅଧିକାରୀଙ୍କୁ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ; ଖିଲାପ କଲେ ଦରମା ବନ୍ଦ: କୃଷି ସଚିବ