Odisha Assembly: Drinking Water facility reaches 77.10% Households
ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଧାନସଭା ଗୃହରେ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୭୭.୧୦% ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଲାଣି ।
 
୮୮.୬୬ ଲକ୍ଷ ପରିବାରରୁ ୬୮.୩୬ ଲକ୍ଷ ଘରେ ପାଣି ପହଞ୍ଚିଛି । ୧୫ ହଜାର ୪୨୦ ଗାଁକୁ ସିଙ୍ଗିଲ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାଣି ଦିଆଯାଉଛି । ପରିବାର ସହ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
 
ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ଏଜେନ୍ସିକୁ କାମ ସାରିବା ପାଇଁ ନିର୍ଦ୍ଦିଷ୍ଟ ‘ଡେଡ୍ ଲାଇନ’ ବା ସମୟସୀମା ଦିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *