ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଏକ ସରକାରୀ ଅନୁଷ୍ଠାନରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି । ଏହି ଘୋଷଣା ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୫.୩୩ ପ୍ରତିଶତ । ଏ-୧ ଗ୍ରେଡରେ ମୋଟ ୨୪୫୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି A-୨ ଗ୍ରେଡରେ ମୋଟ ୧୫,୬୮୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । B-1 ଗ୍ରେଡରେ ମୋଟ ୪୩,୫୬୫, B-2 ଗ୍ରେଡରେ ୮୬,୧୦୩, C ଗ୍ରେଡରେ ୧,୨୯,୮୦୩, D ଗ୍ରେଡରେ ୧,୪୬,୧୫୨, E ଗ୍ରେଡରେ ୯୫,୪୮୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣା ପଡିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୧ ପ୍ରତିଶତ ରହିଛି । ସେହିଭଳି କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୩୫ ପ୍ରତିଶତ ରହିଛି । ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି । ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେସବୁ ସ୍ଥାନରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ OR10 ସହ ରୋଲ୍ ନମ୍ବର ଲେଖି 5676750କୁ SMS କଲେ ପରୀକ୍ଷାଫଳ ପାଇପାରିବେ । Post navigation NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା