Odia Music Director Abhijit Majumdar in Coma; On Ventilator support
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ସେ ନିମୋନିଆରେ ପୀଡ଼ିତ ଅଚ୍ଛନ୍ତି ।
 
ଆଜି ମଧ୍ୟାହ୍ନ ପରଠାରୁ ଭେଣ୍ଟିଲେଟର ସପୋର୍ଟରେ ରହିଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା ।
 
ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ ।
 
ସଙ୍ଗୀତ ଜଗତରେ ଅଭିଜିତ ଜଣେ ସୁପରିଚିତ ନାଁ । ବିଭିନ୍ନ ସିନେମା ଏବଂ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ ।

By Nirvay

Leave a Reply

Your email address will not be published. Required fields are marked *