ପରଲୋକରେ ହାସ୍ୟ ଅଭିନେତା ଅଜୟ ନାୟକ । ଓଡ଼ିଆ ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ୫୦ ବର୍ଷ ବୟସରେ କ୍ୟାପିଟାଲ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ନିଖୁଣ ଅଭିନୟ ସମଗ୍ର ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

ମିଳିଥିବା ସୂଚନା ଅନୁସାରେ ସେ ରବିବାର ସନ୍ଧ୍ୟାରେ ଘର ନିକଟସ୍ଥ ବଜାରରୁ ସଉଦା କରି ଫେରୁଥିବାବେଳେ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *